ରାଜ୍ୟରେ ୧୪ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର କରୋନା ପଜିଟିଭ ଥିବା ଜଣାପଡ଼ିଥିବାବେଳେ ଆଜି ଆଉ ୧୨ ଜଣ ପଜିଟିଭ୍ ଥିବା ଜଣାପଡ଼ିଛି।

ଉପବାଚସ୍ପତି ରଜନୀକାନ୍ତ ସିଂ, ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଅଶୋକ ବଳ, ଭାଗୀରଥି ସେଠୀ, ସୁଶାନ୍ତ ବେହେରା, ନାଉରୀ ନାୟକ, ଜ୍ୟୋତି ପାଣିଗ୍ରାହୀ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ ବି ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

Comments are closed.