ଚଷମା ପିନ୍ଧିଲେ କରୋନା ସଂକ୍ରମଣ ଆଶଙ୍କା କମିଥାଏ

ନୂଆଦିଲ୍ଲୀ : ମାସ୍କ ସହିତ ଚଷମା ପିନ୍ଧିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା କମ୍‍ ହୋଇଥାଏ। କେବଳ ମାସ୍କ ପିନ୍ଧିବା ଅପେକ୍ଷା ମାସ୍କ ସହିତ ଚଷମା ପିନ୍ଧୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ବହୁତ କମ୍‍ ହୋଇଥାଏ। ଜାମା ଅପ୍‍ଥାଲମୋଲୋଜିରେ ପ୍ରକାଶିକ ଏକ ଗବେଷଣାତ୍ମକ ସନ୍ଧର୍ଭ ଅନୁଯାୟୀ ନାକ, ପାଟି ଓ ଆଖି ମାଧ୍ୟମରେ କରୋନା ଭୂତାଣୁ ଆମ ଶରୀରରେ ପ୍ରବେଶ କରିଥାଏ। ତେଣୁ ନାକ,ପାଟି ମାଧ୍ୟମରେ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଚଷମା ପିନ୍ଧିବା ଦ୍ୱାରା ଆମ ଆଖି ଦେଇ ଭୂତାଣୁ ସଂକ୍ରମଣର ଆଶଙ୍କା କମ୍‍ ହୋଇଥାଏ। ଚୀନର ସୁଇଝୌସ୍ଥିତ ଜେଙ୍ଗାଡୁ ହସ୍ପିଟାଲରେ ୨୭୬ଜଣଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା। ଗବେଷଣାରୁ ଜଣାଯାଇଥିଲା ଯେ ଚଷମା ପିନ୍ଧିଥିବା ବ୍ୟକ୍ତିଙ୍କ ଠାରେ ସଂକ୍ରମଣର ଆଶଙ୍କା କେତେକାଂଶରେ କମ୍‍ ରହିଛି।

Comments are closed.