କରୋନାରେ ପୂର୍ବତନ ନଗରପାଳଙ୍କ  ପରଲୋକ

ବୋଲଗଡ : ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ବିଜେପି ଯୁବମୋର୍ଚ୍ଚାର ସଭାପତି ତଥା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ସତ୍ୟନାରାୟଣ ସେନାପତି(୪୦)ଙ୍କର ମହାମାରୀ କରୋନା ରୋଗରେ ପରଲୋକ ଘଟିଛି। ସେ ପୂର୍ବରୁ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡି ସଭାପତି ଥାଇ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଓ ବିଜେପିର ସଭାପତି ହୋଇ ମଧ୍ୟ ପୂର୍ବତନ ବିଜେପି ବିଧାୟକ ବିଭୂତି ଭୂଷଣ ହରିଚନ୍ଦନଙ୍କ ଖୁବ୍ ନିକଟତର ଥିଲେ। ସ୍ୱର୍ଗତ ସେନାପତି  ଜଣେ ସଫଳ ରାଜନିତିଜ୍ଞ, ସୁସଙ୍ଗଠକ, ସମାଜସେବୀ, ପରୋପକାରୀ, ବନ୍ଧୁବତ୍ସଳ,ସ୍ନେହୀଁ ଓ ଗରିବଙ୍କ ଦରଦି ବନ୍ଧୁ ଥିଲେ। ସେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ କରିଥିବାରୁ ବୋଲଗଡ ପ୍ରେସ୍ କ୍ଳବ, ସାଧାରଣ ଜନତା , ବହୁ ଯୁବପିଢୀ ଏବଂ ରାଜନୈତିକ ବ୍ୟକ୍ତବିଶେଷଙ୍କ ସହିତ ପି. ଗୋବିନ୍ଦ ଚନ୍ଦ୍ର ରେଡି, ଗଣେଷ ପ୍ରଧାନ, ସାମ୍ବାଦିକ ପାଣ୍ଡବ ସାହୁ,ସତ୍ୟନାରାୟଣ ମହାପାତ୍ର ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାର ବର୍ଗଙ୍କୁ ଜଗତରନାଥ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

Comments are closed.