ବେଗୁନିଆ ବ୍ଲକରେ ଆଉ ୭ ପଜିଟିଭ ଚି଼ହ୍ନଟ

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସାରୁଅ ଏବଂ ପୋଡାଡିହରେ ଆଜି ଚାଲିଥିବା ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟରେ ୭ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି l କଣ୍ଟାକ୍ଟ ଟ୍ରେସିଙ୍ଗରେ ସାରୁଅରୁ ୪ ଜଣ ଏବଂ ପୋଡାଡିହରୁ ୨ ଜଣ ପଜିଟିଭ ଚି଼ହ୍ନଟ ହୋଇଥିବାବେଳେ ବେଗୁନିଆ ଥାନାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ଆକ୍ରାନ୍ତ ହୋଇଥିବା ଜଣାପଡିଛି l ତାଙ୍କ ଘର ବେଗୁନିଆ ବ୍ଲକର ଗଡ଼ତରା ହୋଇଥିବାବେଳେ ବୋଲଗଡ ବ୍ଲକ ସାନପଦର ପଂଚାୟତର ରାଶୋଳ ଗ୍ରାମରେ ତାଙ୍କର ଶ୍ୱଶୁର ଘର l ତାଙ୍କର ଜ୍ୱର ହେବା ଯୋଗୁଁ ସେ ଗତ ତିନିଦିନ ତଳେ ସୀମରରେ ସ୍ୱାବ ପରୀକ୍ଷା କରିଥିଲେ l ଆଜି ସକାଳେ ତାଙ୍କର ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲ ପଠାଇ ଦିଆଯାଇଛି l ବେଗୁନିଆ ଥାନାର ୭ ଜଣ କର୍ମଚାରୀ ଆଜି ମଣିବନ୍ଧରେ ଆଣ୍ଟିଜେନ ପରୀକ୍ଷା କରିବା ପରେ ସମସ୍ତଙ୍କର ନେଗେଟିଭ ଥିବା ଜଣାପଡିଛି l ବେଗୁନିଆ ବ୍ଲକରେ ପଜିଟିଭ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି l

Comments are closed.