କରୋନା ଆକ୍ରାନ୍ତ ଶୁଣି ହୃଦ୍‌ଘାତରେ ମୃତ୍ୟୁ

ରଣପୁର : ନୟାଗଡ ଜିଲା ରଣପୁର ବ୍ଲକ ରାଜସୁନାଖଳା ଗ୍ରାମ ସୁନାଖଳା ସାହିର ଶ୍ୟାମ ସାହୁ (୬୩)। ଗତ କିଛି ବର୍ଷ ତଳେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲେ। ଚାରି ଦିନ ତଳେ ତାଙ୍କର ଜ୍ୱର ହେବାରୁ ଔଷଧ ସେବନ କରିଥିଲେ। ତେବେ ସମ୍ପୂର୍ଣ୍ଣ ଉପଶମ ହୋଇ ନ ଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ସଦସ୍ୟ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିଲେ। ତେବେ ତାଙ୍କର କରୋନା ହୋଇଗଲା ଭାବି ସେ ଗଭୀର ଅବସାଦ ରହିଥିଲେ। ପରିବାର ସଦସ୍ୟ ଡାକ୍ତରଖାନା ଭିତରକୁ ନେବା ପୂର୍ବରୁ ତାଙ୍କର ହୃଦଘାତ ହେବାରୁ ଚିକିତ୍ସା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ସାହୁ ଜଣେ ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକ ପ୍ରକାଶ ପାଇଛି।

Comments are closed.