ଶୀତଦିନେ ବଢ଼ିପାରେ କରୋନା

ନିକଟରେ ଆମେରିକୀୟ ଗବେଷକଦଳ ମତ ଦେଇଛନ୍ତି, କରୋନା ଭାଇରସ୍‌ ନିୟନ୍ତ୍ରଣକୁ ନ ଆସିଲେ, ପରିସ୍ଥିତି ଆଗାମୀ ଦିନରେ ଅଧିକ ଜଟିଳ ହେବାର ସମ୍ଭାବନା ଦେଖାଯାଉଛି। ୧୯୧୮-୧୯୧୯ରେ ବ୍ୟାପିଥିବା ସ୍ପାନିଶ୍‌ ଫ୍ଲୁରେ ମଧ୍ୟ ୫କୋଟି ଲୋକ ପ୍ରାଣ ହରାଇଥିଲେ। କରୋନା  ରୋଗର ଟିକା ଦ୍ବାରା ହିଁ କେବଳ ରୋଗର ନିୟନ୍ତ୍ରଣ ସମ୍ଭବ।

-ଆଗାମୀ ଦିନରେ ବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକୁ ଖୋଲାଯିବା ନିମନ୍ତେ ବିଭିନ୍ନ ମହଲରୁ ପ୍ରସ୍ତାବ ଦିଆଯିବ। ସେସବୁ ସ୍ଥାନ ଖୋଲାଗଲେ, କରୋନା ଅଧିକ ବ୍ୟାପିବାର ଭୟ ବଢ଼ିବ।

-ସିନେମା ହଲ୍, ଥିଏଟରଗୁଡ଼ିକ ମଧ୍ୟ ସେହିପରି ସମୟ ଅନୁସାରେ ଖୋଲାଯିବାର ନିଷ୍ପତ୍ତି ନିଆଯିବ। ଅଧିକ ଦିନ କଟକଣାରେ ବିମାନ ଯାତ୍ରା, ରେଳଯାତ୍ରାକୁ ରୋକିବା ସମ୍ଭବପର ନୁହେଁ।

-ବର୍ତ୍ତମାନ ଗ୍ରୀଷ୍ମପ୍ରଧାନ ରାଷ୍ଟ୍ରରେ ରୋଗର ଭୟାବହତା ସେଭଳି ଦେଖାଯାଇନାହିଁ। ହେ​‌େ​‌ଲ ଶୀତଦିନରେ ସଂକ୍ରମଣ ଅଧିକ ସଂଖ୍ୟାରେ ବ୍ୟାପିବ ବୋଲି ବିଶେଷଜ୍ଞଙ୍କ ଅନୁମାନ।

-ଶୀତଦିନେ ଥଣ୍ଡା, ଛିଙ୍କ, କାଶ, ଜ୍ବର ସାଧାରଣ ରୋଗ ଭାବେ ବ୍ୟାପିଥାଏ। ସେଇ ସମୟରେ କରୋନା ଏହା ଜରିଆରେ ଅଧିକ ବ୍ୟାପିବ। 

Comments are closed.