‘ସଙ୍ଗରୋଧ’ ପ୍ରୋତ୍ସାହନ: ଅବଧି ସମ୍ପୂର୍ଣ୍ଣ କରିଥିବା ୧,୧୦,୦୮୦ ପ୍ରବାସୀଙ୍କୁ ୧୯ କୋଟି ୩ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସଫଳତାର ସହ କ୍ୱାରେଣ୍ଟାଇନ୍‌ ଅବଧି ସଂପୂର୍ଣ୍ଣ କରିଥିବା ଓଡ଼ିଶା ଫେରନ୍ତା ପ୍ରତ୍ୟେକ ପ୍ରବାସୀଙ୍କୁ ୨୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ଅନୁଯାୟୀ ଏଯାବତ୍‌ କ୍ୱାରେଣ୍ଟାଇନ୍‌ ଅବଧି ଶେଷ କରିଥିବା ୧,୧୦,୦୮୦ ଜଣ ପ୍ରବାସୀଙ୍କୁ ୧୯ କୋଟି ୩ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ବାବଦରେ ପ୍ରଦାନ କରାଯାଇଛି। ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯାଉଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.