ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ଆକ୍ରାନ୍ତ ୩୪୯

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୯୧୩କୁ ବୃଦ୍ଧି ପାଇଛି। ୩,୧୬,୪୪୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୬୨୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ୪୬ ଓ ଖୋର୍ଦ୍ଧାରୁ ୪୪ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୬, ବାଲେଶ୍ୱର ୨୩, ବରଗଡ ୧୯, ଭଦ୍ରକ ୫, ବଲାଙ୍ଗୀର ୬, ବୌଦ୍ଧ ୪, କଟକ ୨୨, ଦେଓଗଡ ୨, ଢେଙ୍କାନାଳ ୧, ଗଞ୍ଜାମ ୪, ଗଜତସିଂହପୁର ୫, ଯାଜପୁର ୮, ଝାରସୁଗୁଡ଼ା ୧୮, କଳାହାଣ୍ଡି ୧୯, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୭, କୋରାପୁଟ ୧, ମାଲାକାନଗିରି ୩, ମୟୁରଭଞ୍ଜ ୧୮, ନବରଙ୍ଗପୁର ୩, ନୟାଗଡ ୧, ନୂଆପଡା ୧୦, ପୁରୀ ୨୨, ରାୟଗଡା ୧, ସମ୍ବଲପୁର ୧୪, ସମ୍ବଲପୁର ୧୪, ସୋନପୁର ୨, ଷ୍ଟେଟ ପୁଲରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.