କ୍ରୁଜରେ ୬୬ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବଇ : ମୁମ୍ବଇରୁ ଗୋଆ ଆସିଥିବା କ୍ରୁଜରେ ୬୬ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ହଇଚଇ ସୃଷ୍ଟି ହୋଇଛି। କ୍ରୁଜରେ ପ୍ରାୟ ୨ ହଜାର ଯାତ୍ରୀ ଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଗୋଆ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ୱଜିତ ରାଣେଙ୍କ କହିବାନୁଯାୟୀ, ଜିଲ୍ଲାପାଳ ଓ ମୁମ୍ବଇ ବନ୍ଦର କର୍ମଚାରୀଙ୍କୁ ଏନେଇ ଅବଗତ କରାଯାଇଛି। ସମସ୍ତ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Comments are closed.