ଦୀର୍ଘ ଦିନ ପରେ ୧୦୦ରେ ସୀମିତ କରୋନା ପଜିଟିଭଙ୍କ ସଂଖ୍ୟା

୧୧ ଜିଲାରୁ ନାହାନ୍ତି ନୂଆ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଦୀର୍ଘ ଦିନ ପରେ ଆକ୍ରାନ୍ତଙ୍କ ସଂକ୍ୟା ୧୦୦ରେ ସୀମିତ ହୋଇଛି। ଆଉ ଚିହ୍ନଟ ପଜିଟିଭ ୯୯। ସଙ୍ଗରୋଧ କେନ୍ଦ୍ରରୁ ୫୮, ସ୍ଥାନୀୟ ୪୧। ମୋଟ ପଜିଟିଭ ୩,୩୪,୫୨୯କୁ ବୃଦ୍ଧି ପାଇଛି। ୩,୩୧,୨୮୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୨୮୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୨୦। ଅନୁଗୁଳ ୬, ବାଲେଶ୍ୱର ୭, ବରଗଡ ୩, ବଲାଙ୍ଗୀର ୧, ବୌଦ୍ଧ ୧,କଟକ ୮, ଢେଙ୍କାନାଳ ୧, ଗଞ୍ଜାମ ୧, ଯାଜପୁର ୪, ଝାରସୁଗୁଡା ୧, କନ୍ଧମାଳ ୧, ଖୋର୍ଦ୍ଧା ୧୪, କୋରାପୁଟ ୧, ମୟୁରଭଞ୍ଜ ୩, ନୂଆପଡା ୮, ପୁରୀ ୪, ରାୟଗଡା ୩, ସମ୍ବଲପୁର ୯, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.