ରାଜ୍ୟରେ ଆଉ ନୂଆ ସଂକ୍ରମିତ ୧୪୩୭

ସଙ୍ଗରୋଧରୁ ୮୩୨, ସ୍ଥାନୀୟ ୬୦୫

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୧୫ ଶହ ତଳକୁ ଖସିଛି। ୨୪ ଘଣ୍ଟାରେ ଆଉ ୧୪୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୩୨, ସ୍ଥାନୀୟ ୬୦୫ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୮,୭୦୫କୁ ବୃଦ୍ଧି ପାଇଛି। ୯,୫୬,୮୨୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୫,୮୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୦୯। ଅନୁଗୁଳ ୪୭, ବାଲେଶ୍ୱର ୬୪, ବରଗଡ ୮, ଭଦ୍ରକ ୪୭,ବଲାଙ୍ଗୀର ୪, ବୌଦ୍ଧ ୨, କଟକ ୧୯୦, ଦେଓଗଡ ୮, ଢେଙ୍କାନାଳ ୨୧, ଗଜପତି ୩, ଗଞ୍ଜାମ ୧୦, ଜଗତସିଂହପୁର ୮୬, ଯାଜପୁର ୬୬, ଝାରସୁଗୁଡା ୫, କଳାହାଣ୍ଡି ୬, କନ୍ଧମାଳ ୧୪, କେନ୍ଦ୍ରାପଡା ୪୧, କେନ୍ଦୁଝର ୧୯, କୋରାପୁଟ ୫, ମାଲକାନଗିରି ୭, ମୟୁରଭଞ୍ଜ ୪୦, ନବରଙ୍ଗପୁର ୨, ନୟାଗଡ ୩୬, ପୁରୀ ୧୪୬, ରାୟଗଡା ୧୧, ସମ୍ବଲପୁର ୧୬, ସୋନପୁର ୧୩, ସୁନ୍ଦରଗଡ଼ ୨୯, ଷ୍ଟେଟ ପୁଲ ୮୨।

Comments are closed.