ରାଜ୍ୟରେ ଆଉ ନୂଆ ସଂକ୍ରମିତ ୧୯୧୭

ଭୁବନେଶ୍ୱର : ରାଜ୍ୟରେ ୨୪ଘଣ୍ଟାରେ ଆଉ ୧ ହଜାର ୯୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୦୯ ଓ ସ୍ଥାନୀୟ ସଂକ୍ରମିତ ୮୦୮ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୩, ୮୫୧କୁ ବୃଦ୍ଧି ପାଇଛି। ସେହିଭଳି ୯,୩୯,୧୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯,୨୬୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧୮। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୯୧, ବାଲେଶ୍ୱର ୮୪, ବରଗଡ ୧୯, ଭଦ୍ରକ ୫୫, ବଲାଙ୍ଗୀର ୧୦, ବୌଦ୍ଧ ୭, କଟକ ୨୫୬, ଦେଓଗଡ ୧, ଢେଙ୍କାନାଳ ୩୭, ଗଜପତି ୧୬, ଗଞ୍ଜାମ ୭, ଜଗତସିଂହପୁର ୯୨, ଯାଜପୁର ୮୭, ଝାରସୁଗୁଡା ୯, କଳାହାଣ୍ଡି ୬, କନ୍ଧମାଳ ୨୫, କେନ୍ଦ୍ରାପଡା ୭୩, କେନ୍ଦୁଝର ୩୩, କୋରାପୁଟ ୧୦, ମାଲକାନଗିରି ୧୨, ମୟୁରଭଞ୍ଜ ୬୯, ନବରଙ୍ଗପୁର ୧୦, ନୟାଗଡ ୭୬, ନୂଆପଡା ୫, ପୁରୀ ୧୧୮, ରାୟଗଡା ୧୧, ସମ୍ବଲପୁର ୧୫, ସୋନପୁର ୬, ସୁନ୍ଦରଗଡ ୫୦, ଷ୍ଟେଟପୁଲରୁ ୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.