ରାଜ୍ୟରେ ନୂଆ ସଂକ୍ରମିତ ୬,୧୧୬ ; ସକ୍ରିୟ ଚିକିତ୍ସାଧୀନ ୪୫,୯୪୯

ଭୁବନେଶ୍ୱର : ରାଜ୍ୟରେ ଦୈନିକ ହଜାର ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ଆଉ ୬ ହଜାର ୧୧୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୩,୫୪୬ ଓ ସ୍ଥାନୀୟ ୨,୫୭୦। ଏହାସହ ମୋଟ ପଜିଟିଭ ସଂଖ୍ୟା ୪,୦୭,୪୫୭କୁ ବୃଦ୍ଧି ପାଇଛି। ୩,୫୯,୪୬୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୫,୯୪୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ଓ ସୁନ୍ଦରଗଡରୁ ୭୮୫। କଟକ ୩୪୩, ଅନୁଗୁଳ ୧୫୧,ବାଲେଶ୍ୱର ୧୦୨, ବରଗଡ ୨୬୨, ଭଦ୍ରକ ୮୭, ବଲାଙ୍ଗୀର ୧୮୯, ବୌଦ୍ଧ ୩୨, ଦେଓଗଡ ୩୯, ଢେଙ୍କାନାଳ ୮, ଗଜପତି ୭୮, ଗଞ୍ଜାମ ୧୩୪, ଜଗତସିଂହପୁର ୭୩, ଯାଜପୁର ୩୨୪, ଝାରସୁଗୁଡା ୨୫୪, କଳାହାଣ୍ଡି ୩୨୧, କନ୍ଧମାଳ ୩୬, କେନ୍ଦ୍ରାପଡା ୪୬, କେନ୍ଦୁଝର ୧୧୮, କୋରାପୁଟ ୭୧, ମାଲକାନଗିରି ୩୨, ମୟୁରଭଞ୍ଜ ୧୫୮, ନବରଙ୍ଗପୁର ୩୧୮, ନୟାଗଡ ୯୯, ନୂଆପଡା ୪୩୦, ପୁରୀ ୧୮୦, ରାୟଗଡା ୧୦୪, ସମ୍ବଲପୁର ୨୮୦, ସୋନପୁର ୮, ଷ୍ଟେଟ ପୁଲରୁ ୧୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.