ରାଜ୍ୟରେ ବୃଦ୍ଧି ପଜିଟିଭ ସଂଖ୍ୟା ; ନୂଆ ଆକ୍ରାନ୍ତ ୮୭୯ ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ୮୭୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୧୮ , ସ୍ଥାନୀୟ ୩୬୧। ମୋଟ ପଜିଟିଭ ସଂଖ୍ୟା ୩,୪୫,୫୨୬କୁ ବୃଦ୍ଧି ପାଇଛି। ୩,୩୮,୬୬୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪,୮୮୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଓ ସୁନ୍ଦରଗଡରୁ ୧୩୧। ଅନୁଗୁଳରୁ ୨୦, ବାଲେଶ୍ୱର ୨୨, ବରଗଡ ୫୩, ଭଦ୍ରକ ୧୭, ବଲାଙ୍ଗରା ୨୬, ବୌଦ୍ଧ ୧, କଟକ ୫୦, ଦେଓଗଡ ୧, ଗଜପତି ୧, ଗଞ୍ଜାମ ୩୧, ଜଗତସିଂହପୁର ୨, ଯାଜପୁର ୧୫, ଝାରସୁଗୁଡା ୨୩, କଳାହାଣ୍ଡି ୪୩, କନ୍ଧମାଳ ୫, କେନ୍ଦ୍ରାପଡା ୯, କେନ୍ଦୁଝର ୨୫, କୋରାପୁଟ ୫, ମୟୁରଭଞ୍ଜ ୨୯, ନବରଙ୍ଗପୁର ୧୯, ନୟାଗଡ ୬, ନୂଆପଡା ୬୧, ପୁରୀ ୪୫, ରାୟଗଡା ୧୩, ସମ୍ବଲପୁର ୪୮, ସୋନପୁର ୨, ଷ୍ଟେଟ ପୁଲରୁ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.