୧୪ ଜିଲା ଓ ଷ୍ଟେଟ ପୁଲରୁ ୬୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ୭୦ରେ ସୀମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮, ସ୍ଥାନୀୟ ୨୫। ମୋଟ ପଜିଟିଭ ସଂଖ୍ୟା ୩,୩୭,୯୯୨କୁ ବୃଦ୍ଧି ପାଇଛି। ୩,୩୫,୩୨୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୦୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ମୟୁରଭଞ୍ଜରୁ ସର୍ବାଧିକ ୧୪ ଓ କଟକରୁ ୧୧ ଆକ୍ରାନ୍ତ। ସୁନ୍ଦରଗଡ , ବାଲେଶ୍ୱରରୁ ୭ଲେଖାଏଁ , ଦେଓଗଡ ୫, ସମ୍ବଲପୁର , ଖୋର୍ଦ୍ଧାରୁ ୪ ଲେଖାଏଁ, ଯାଜପୁର ୩, କଳାହାଣ୍ଡି ୨, ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ ,ନୂଆପଡା, ଷ୍ଟେଟ ପୁଲରୁ ୧ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.