୧୬ ଜିଲା ଓ ଷ୍ଟେଟ ପୁଲରୁ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତକିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରେ ସୀମିତ ରହୁଛି। ୨୪ ଘଣ୍ଟାରେ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୫,ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୭,୩୫୧କୁ ବୃଦ୍ଧି ପାଇଛି। ୩,୩୪,୬୪୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡରୁ ୧୩ ଓ ସମ୍ବଲପୁରରୁ ୧୨ ଆକ୍ରାନ୍ତ। ଅନ୍ୟ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ୫, ବରଗଡ ୩, ଭଦ୍ରକ ୨, ବଲାଙ୍ଗୀର ୩, ଗଜପତି ୧, ଗଞ୍ଜାମ ୧, ଯାଜପୁର ୩, ଝାରସୁଗୁଡା ୬, କେନ୍ଦ୍ରାପଡା ୧, କେନ୍ଦୁଝର ୧, ଖୋର୍ଦ୍ଧା ୮, ମୟୁରଭଞ୍ଜ ୫, ପୁରୀ ୪, ସୋନପୁର ୪, ଷ୍ଟେଟପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.