୧୭ ଜିଲାରୁ ଚିହ୍ନଟ ଆକ୍ରାନ୍ତ ୬୦ରେ ସୀମିତ

ଭୁବନେଶ୍ୱର : ରାଜ୍ୟରେ ଆଜି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସୀମିତ ରହିଛି। ୨୪ ଘଣ୍ଟାରେ ଆଉ ୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୧, ସ୍ଥାନୀୟ ୨୨। ମୋଟ ପଜିଟିଭ ସଂଖ୍ୟା ୩,୩୬,୫୧୩କୁ ବୃଦ୍ଧି ପାଇଛି। ୩,୩୩,୮୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୭ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୧। ଅନ୍ୟ ୧୬ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ୭,ବାଲେଶ୍ୱର ୧, ବରଗଡ ୪, ଭଦ୍ରକ ୨, ବଲାଙ୍ଗୀର ୧, ବୌଦ୍ଧ ୧, କଟକ ୩, ଯାଜପୁର ୪, ଝାରସୁଗୁଡା ୫, କଳାହାଣ୍ଡି ୧, ଖୋର୍ଦ୍ଧା ୩, କୋରାପୁଟ ୩, ନୂଆପଡା ୩, ପୁରୀ ୨, ରାୟଗଡା ୧, ସୋନପୁର ୧, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.