୧୯ ଜିଲା ଓ ଷ୍ଟେଟ ପୁଲରୁ ଆଉ ୬୩ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୧୯ ଜିଲା ଓ ଷ୍ଟେଟ ପୁଲରୁ ଆଉ ୬୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୯, ସ୍ଥାନୀୟ ୨୪। ମୋଟ ପଜିଟିଭ ୩,୩୬,୪୬୦କୁ ବୃଦ୍ଧି ପାଇଛି। ୩,୩୩,୭୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୦୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୦ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୮ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୪, ବରଗଡ ୭, ଭଦ୍ରକ ୨, ବୌଦ୍ଧ, କଟକ , ଦେଓଗଡ,ଜଗତସିଂହପୁର , କେନ୍ଦ୍ରାପଡା, କୋରାପୁଟ,ମୟୁରଭଞ୍ଜ, ରାୟଗଡାରୁ ୧ଲେଖାଏଁ , ଯାଜପୁର ୪, ଖୋର୍ଦ୍ଧା , ଝାରସୁଗୁଡାରୁ ୬ ଲେଖାଏଁ , କେନ୍ଦୁଝର ୨, ନୂଆପଡା ୩, ପୁରୀ ୪, ସମ୍ବଲପୁର ୬, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.