୧୩ ଜିଲାରୁ ନାହାନ୍ତି ନୂଆ ପଜିଟିଭ ; ୧୭ ଜିଲାରୁ ୭୫ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ରେ ସୀମିତ ରହୁଛି। ଦିନକରେ ଆଉ ୭୫ ନୂଆ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୬, ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୬,୩୯୭କୁ ବୃଦ୍ଧି ପାଇଛି। ୩,୩୩,୭୦୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୭ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୬ ଜିଲାରୁ ଏକ ଅଙ୍କ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବରଗଡ ଓ ସମ୍ବଲପୁରରୁ ୯ଲେଖାଏଁ , ଅନୁଗୁଳରୁ ୮, କେନ୍ଦୁଝର ୭, ବାଲେଶ୍ୱର ଓ ବଲାଙ୍ଗୀରରୁ ୪ଲେଖାଏଁ , ରାୟଗଡା ୫, ଦେଓଗଡ ,ଗଞ୍ଜାମ, ଜଗତସିଂହପୁରରୁ ୧ଲେଖାଏଁ , ଯାଜପୁର ଓ ଝାରସୁଗୁଡା, ମୟୁରଭଞ୍ଜରୁ ୩ ଲେଖାଏଁ , ଖୋର୍ଦ୍ଧା ଓ ନୂଆପଡା, ପୁରୀରୁ ୨ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.