୨୦ ଜିଲାରୁ ୭୦ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ୧୦୦ରେ ସୀମିତ ପଜିଟିଭ ସଂଖ୍ୟା

ଭୁବନେଶ୍ୱର : ଦୀର୍ଘଦିନ ପରେ ରାଜ୍ୟରେ ୧୦୦ରେ ପୁଣି ଥରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଉ ୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୨, ସ୍ଥାନୀୟ ୨୮ । ମୋଟ ପଜିଟିଭ ସଂଖ୍ୟା ୩,୩୪,୮୫୦କୁ ବୃଦ୍ଧି ପାଇଛି। ୩,୩୧,୬୬୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୨୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୦ ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୂଆପଡାରୁ ସର୍ବାଧିକ ୧୧ ଆକ୍ରାନ୍ତ। ଅନୁଗୁଳରୁ ୩, ବାଲେଶ୍ୱର ୪, ବରଗଡ ୨, ବଲାଙ୍ଗୀର ୧, କଟକ ୪, ଦେଓଗଡ଼ ୨, ଗଞ୍ଜାମ ୧, ଜଗତସିଂହପୁର ୧, ଯାଜପୁର ୫, ଝାରସୁଗୁଡା ୧, କଳାହାଣ୍ଡି ୧, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୧, କୋରାପୁଟ ୧, ମାଲକାନଗିରି ୧, ମୟୁରଭଞ୍ଜ ୩, ପୁରୀ ୮, ସମ୍ବଲପୁର ୭, ସୁନ୍ଦରଗଡ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.