ରାଜ୍ୟରେ ନୂଆ ପଜିଟିଭ ୧୫୦

ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ ରହୁଛି। ଚିହ୍ନଟ ନୂଆ ପଜିଟିଭ ୧୫୦। ସଙ୍ଗରୋଧ କେନ୍ଦ୍ରରୁ ୮୯,ସ୍ଥାନୀୟ ୬୧। ମୋଟ ପଜିଟିଭ ସଂଖ୍ୟା ୩,୩୪,୩୦୦କୁ ବୃଦ୍ଧି ପାଇଛି। ୩,୩୦,୯୬୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୩୮୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୨୨ ଆକ୍ରାନ୍ତ ଚିହ୍ନଟ। ଅନୁଗୁଳ ୪, ବାଲେଶ୍ୱର ୭, ବରଗଡ ୧୮, ଭଦ୍ରକ ୭, ବଲାଙ୍ଗୀର ୫, ବୌଦ୍ଧ ୨, କଟକ ୧୫, ଦେଓଗଡ ୧, ଗଞ୍ଜାମ ୩, ଜଗତସିଂହପୁର ୬, ଯାଜପୁର ୬, ଝାରସୁଗୁଡ଼ା ୮, କଳାହାଣ୍ଡି ୬ , କନ୍ଧମାଳ ୨, କେନ୍ଦ୍ରାପଡା ୧, କେନ୍ଦୁଝର ୪, ଖୋର୍ଦ୍ଧା ୪, ମୟୁରଭଞ୍ଜ ୧, ନବରଙ୍ଗପୁର ୨, ନୂଆପଡା ୩, ପୁରୀ ୧୦, ସମ୍ବଲପୁର ୧୦, ସୋନପୁର ୨, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.