ଦୈନିକ ସଂକ୍ରମଣ ହ୍ରାସ ; ନୂଆ ପଜିଟିଭ ୨୬୦

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୫୧ ସଙ୍ଗରୋଧ କେନ୍ଦ୍ରରୁ ୧୦୯ ସ୍ଥାନୀୟ ଆକ୍ରାନ୍ତ । ମୋଟ ପଜିଟିଭ ୩,୩୧,୮୬୨କୁ ବୃଦ୍ଧି ପାଇଛି। ୩,୨୭,୮୦୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୧୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୩୧ ଆକ୍ରାନ୍ତ। ଅନୁଗୁଳରୁ ୨୧, ବାଲେଶ୍ୱର ୨, ବରଗଡ ୧୯, ଭଦ୍ରକ ୬, ବଲାଙ୍ଗୀର ୯, ବୌଦ୍ଧ ୨, କଟକ ୨୪, ଦେଓଗଡ ୪, ଢେଙ୍କାନାଳ ୧, ଗଜପତି ୧୮, ଗଞ୍ଜାମ ୫, ଜଗତସିଂହପୁର ୧, ଯାଜପୁର ୯, ଝାରସୁଗୁଡା ୧୫, କଳାହାଣ୍ଡି ୮, କନ୍ଧମାଳ ୩, କେନ୍ଦ୍ରାପଡା ୨, କେନ୍ଦୁଝର ୧୦, ଖୋର୍ଦ୍ଧା ୧୧, କୋରାପୁଟ ୧, ମାଲକାନଗିରି ୧, ମୟୁରଭଞ୍ଜ ୧୧, ନବରଙ୍ଗପୁର ୨, ନୂଆପଡା ୮, ପୁରୀ ୯, ରାୟଗଡା ୩, ସମ୍ବଲପୁର ୧୯, ସୋନପୁର ୩, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.