ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ପଜିଟିଭ ୨୩୦

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ ସଂକ୍ରମଣ ୩୦୦ ମଧ୍ୟରେ ସୀମିତ ରହୁଛି। ରାଜ୍ୟରେ ଆଉ ୨୩୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୩୪, ସ୍ଥାନୀୟ ଆକ୍ରାନ୍ତ ୯୬। ମୋଟ ପଜିଟିଭ ସଂଖ୍ୟା ୩,୩୧,୧୫୧କୁ ବୃଦ୍ଧି ପାଇଛି। ୩,୨୭,୦୦୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୨୦୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୩୦। ଅନୁଗୁଳ ୨୪, ବାଲେଶ୍ୱର ୧୦, ବରଗଡ ୧୭, ଭଦ୍ରକ ୨, ବଲାଙ୍ଗୀର ୧୮, ବୌଦ୍ଧ ୨, କଟକ ୧୨, ଦେଓଗଡ ୧, ଗଞ୍ଜାମ ୪, ଜଗତସିଂହପୁର ୫, ଯାଜପୁର ୧୫, ଝାରସୁଗୁଡା ୧୪, କଳାହାଣ୍ଡି ୧, କେନ୍ଦ୍ରାପଡା ୬, କେନ୍ଦୁଝର ୩, ଖୋର୍ଦ୍ଧା ୧୨, ମୟୁରଭଞ୍ଜ ୧୧, ନବରଙ୍ଗପୁର ୧, ନୂଆପଡା ୧୧, ପୁରୀ ୧୦, ସମ୍ବଲପୁର ୧୫, ସୋନପୁର ୪, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Comments
Loading...