ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ; ନୂଆ ପଜିଟିଭ ୧୯୮

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଲଗାତାର ହ୍ରାସ ପାଇବା ସହ ଏହା ୨୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୧୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୧୫, ସ୍ଥାନୀୟ ୮୩ । ମୋଟ ପଜିଟିଭ ସଂଖ୍ୟା ୩,୩୦,୬୯୦କୁ ବୃଦ୍ଧି ପାଇଛି। ୩,୨୬,୫୦୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୨୪୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୩୪ ସର୍ବାଧିକ। ବାଲେଶ୍ୱର ୩, ବରଗଡ ୧୦, ଭଦ୍ରକ ୩, ବଲାଙ୍ଗୀର ୧୪, ବୌଦ୍ଧ ୧, କଟକ ୯, ଗଞ୍ଜାମ ୩, ଜଗତସିଂହପୁର ୪, ଯାଜପୁର ୬, ଝାରସୁଗୁଡ଼ା ୫, କଳାହାଣ୍ଡି ୨, କେନ୍ଦ୍ରାପଡା ୪, କେନ୍ଦୁଝର ୧୯, ଖୋର୍ଦ୍ଧା ୧୭, ମୟୁରଭଞ୍ଜ ୧୧, ନବରଙ୍ଗପୁର ୧, ନୟାଗଡ ୨, ନୂଆପଡା ୨, ପୁରୀ ୯, ସମ୍ବଲପୁର ୯, ସୋନପୁର ୩, ସୁନ୍ଦରଗଡ ୨୩, ଷ୍ଟେଟ ପୁଲରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.