ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା; ନୂଆ ପଜିଟିଭ ୨୬୩

ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ ସଂକ୍ରମଣ ୩୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୬୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୫୧, ସ୍ଥାନୀୟ ୧୧୨ । ମୋଟ ପଜିଟିଭ ସଂଖ୍ୟା ୩,୨୯,୦୦୧କୁ ବୃଦ୍ଧି ପାଇଛି। ୩,୨୪,୩୯୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୬୮୮ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୦, ବାଲେଶ୍ୱର ୧୯, ବରଗଡ ୨୩, ଭଦ୍ରକ ୨, ବଲାଙ୍ଗୀର ୨୨, ବୌଦ୍ଧ ୫, କଟକ ୭, ଦେଓଗଡ ୧, ଗଞ୍ଜାମ ୪, ଜଗତସିଂହପୁର ୨, ଯାଜପୁର ୮, ଝାରସୁଗୁଡା ୧୫, କଳାହାଣ୍ଡି ୧୧, କେନ୍ଦ୍ରାପଡା ୧୦, କେନ୍ଦୁଝର ୭, ଖୋର୍ଦ୍ଧା ୧୯, ମାଲକାନଗିରି ୧, ମୟୁରଭଞ୍ଜ ୧୦, ନବରଙ୍ଗପୁର ୨, ନୟାଗଡ ୫, ନୂଆପଡା ୫, ପୁରୀ ୨, ରାୟଗଡା ୧, ସମ୍ବଲପୁର ୨୦, ସୋନପୁର ୫, ଷ୍ଟେଟ ପୁଲରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.