ଚିକିତ୍ସାଧୀନ ୩,୦୫୭ ; ନୂଆ ପଜିଟିଭ ୩୬୩

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ଲଗାତାର ଦୈନିକ ସଂକ୍ରମଣ ୪୦୦ ମଧ୍ୟରେ ସୀମିତ ରହୁଛି। ଆଉ ୩୬୩ ନୂଆ ପଜିଟିଭ ଚିହ୍ନଟ ; ସଙ୍ଗରୋଧ କେନ୍ଦ୍ରରୁ ୨୦୮, ସ୍ଥାନୀୟ ୧୫୫। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୫୯୬କୁ ବୃଦ୍ଧି ପାଇଛି। ୩,୨୧,୬୪୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୦୫୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡରୁ ୫୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୨୩, ବାଲେଶ୍ୱର ୨୦, ବରଗଡ ୧୧, ଭଦ୍ରକ ୭, ବଲାଙ୍ଗୀର ୮, ବୌଦ୍ଧ ୩, କଟକ ୨୨, ଢେଙ୍କାନାଳ ୧, ଗଜପତି ୧, ଗଞ୍ଜାମ ୫, ଜଗତସିଂହପୁର ୧, ଯାଜପୁର ୧୩, ଝାରସୁଗୁଡା ୧୨, କଳାହାଣ୍ଡି ୭, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୧୨, କୋରାପୁଟ ୧, ମାଲକାନଗିରି ୨, ମୟୁରଭଞ୍ଜ ୧୭, ନବରଙ୍ଗପୁର ୩, ନୟାଗଡ ୨, ନୂଆପଡ଼ା ୭, ପୁରୀ ୨୭, ସମ୍ବଲପୁର ୩୫, ସୋନପୁର ୧, ଷ୍ଟେଟ ପୁଲରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.