ରାଜ୍ୟରେ ୨୪ ଘଣ୍ଟାରେ ସବୁଠାରୁ କମ ଆକ୍ରାନ୍ତ ଚିହ୍ନଟ ; ଚିହ୍ନଟ ନୂଆ ଆକ୍ରାନ୍ତ ୬୪୪

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ପ୍ରଥମ ଥର ଚିହ୍ନଟ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ସବୁଠାରୁ କମ ଆକ୍ରାନ୍ତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି। ୬୪୪ ନୂଆ କରୋନା ଆକ୍ରାନ୍ତ ୩୦ ଜିଲାରୁ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୩୭୧ ଓ ସ୍ଥାନୀୟ ସଂକ୍ରମଣ ୨୭୩ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୦୫୨ରେ ପହଞ୍ଚିଛି। ୨,୯୯,୧୫୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯,୨୮୦ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


ଏହାସହ କଟକ ଓ ଖୋର୍ଦ୍ଧାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଇଛି। ଖୋର୍ଦ୍ଧାରୁ ୭୩ ଓ କଟକରୁ ୩୮। ଅନୁଗୁଳରୁ ୨୯, ବାଲେଶ୍ୱର ୧୩, ବରଗଡ଼ ୧୪, ଭଦ୍ରକ ୧୯, ବଲାଙ୍ଗୀର ୩୨, ବୌଦ୍ଧ ୩, ଦେଓଗଡ ୩, ଢେଙ୍କାନାଳ ୬, ଗଜପତି ୩, ଗଞ୍ଜାମ ୭, ଜଗତପୁର ୨୭, ଯାଜପୁର ୧୭, ଝାରସୁଗୁଡ଼ା ୨୬, କଳାହାଣ୍ଡି ୧୫, କନ୍ଧମାଳ ୫, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୩୭, କୋରାପୁଟ ୧, ମାଲକାନଗିରି ୧୬, ମୟୁରଭଞ୍ଜ ୫୯, ନବରଙ୍ଗପୁର ୧୫, ନୟାଗଡ ୯, ନୂଆପଡ଼ା ୯, ପୁରୀ ୩୪, ରାୟଗଡ଼ା ୧, ସମ୍ବଲପୁର ୧୫, ସୋନପୁର ୧୦, ସୁନ୍ଦରଗଡ ୬୨, ଷ୍ଟେଟ ପୁଲରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Comments are closed.