କମୁଛି ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ନୂଆ ଆକ୍ରାନ୍ତ ୭୪୯, ସ୍ଥାନୀୟ ୩୧୨

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ମଧ୍ୟରେ ସଂକ୍ରମଣ ହଜାରେ ମଧ୍ୟରେ ସୀମିତ ରହୁଥିବା ଦେଖାଯାଉଛି। ଏହା ସଭିଁଙ୍କ ପାଇଁ ଆଶ୍ୱସ୍ତି ଆଣୁଛି। ୨୪ ଘଣ୍ଟାରେ ୭୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୩୭, ସ୍ଥାନୀୟ ସଂକ୍ରମଣ ୩୧୨ ରହିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୯,୪୦୮ରେ ପହଞ୍ଚିଛି। ୨,୯୭,୮୬୨ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ହଜାର ୯୫୦ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୮୮ ଓ କଟକରୁ ୩୭ । ଅନୁଗୁଳରୁ ୪୫, ବାଲେଶ୍ୱର ୩୮, ବରଗଡ ୨୪, ଭଦ୍ରକ ୧୫, ବଲାଙ୍ଗୀର ୨୪, ଦେଓଗଡ଼ ୨, ଢେଙ୍କାନାଳ ୩୧, ଗଜପତି ୫, ଗଞ୍ଜାମ ୭, ଜଗତସିଂହପୁର ୪୮, ଯାଜପୁର ୧୮, ଝାରସୁଗୁଡ଼ା ୨୪, କଳାହାଣ୍ଡି ୧୪, କନ୍ଧମାଳ ୭, କେନ୍ଦ୍ରାପଡ଼ା ୩୦, କେନ୍ଦୁଝର ୪୧, କୋରାପୁଟ ୩, ମାଲକାନଗିରି ୧୦, ମୟୁରଭଞ୍ଜ ୭୮, ନବରଙ୍ଗପୁର ୧୭, ନୟାଗଡ଼ ୬, ନୂଆପଡ଼ା ୧୪, ପୁରୀ ୧୫, ରାୟଗଡା ୨, ସମ୍ବଲପୁର ୨୮, ସୋନପୁର ୨, ସୁନ୍ଦରଗଡ଼ ୫୫, ଷ୍ଟେଟ ପୁଲ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.