ରାଜ୍ୟରେ ଆଉ ୫୮୩ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୫୮୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୨୬, ସଙ୍ଗରୋଧରୁ ୩୪୦,ସ୍ଥାନୀୟ ୨୪୩।


୨୮ ଜିଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ୧୩୭ । ଅନୁଗୁଳରୁ ୧, ବାଲେଶ୍ୱର ୧୦, ବରଗଡ ୨୨, ଭଦ୍ରକ ୨, ବଲାଙ୍ଗୀର ୩୬, ବୌଦ୍ଧ ୫, କଟକ ୧୪, ଦେଓଗଡ ୪, ଗଜପତି ୬, ଗଞ୍ଜାମ ୧, ଜଗତସିଂହପୁର ୩, ଯାଜପୁର ୭, ଝାରସୁଗୁଡା ୭, କଳାହାଣ୍ଡି ୩୯, କନ୍ଧମାଳ ୧୪, କେନ୍ଦ୍ରାପଡା ୧, କେନ୍ଦୁଝର ୧୧, ଖୋର୍ଦ୍ଧା ୭୭, କୋରାପୁଟ ୨, ମୟୁରଭଞ୍ଜ ୪୦, ନବରଙ୍ଗପୁର ୨୩, ନୟାଗଡ ୧୭, ନୂଆପଡା ୩୮, ପୁରୀ ୧, ରାୟଗଡା ୯, ସମ୍ବଲପୁର ୨୨, ସୋନପୁର ୧୭, ଷ୍ଟେଟ ପୁଲରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୧,୭୮୦କୁ ବୃଦ୍ଧି ପାଇଛି। ୧୩,୦୮,୧୬୬ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪,୪୦୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.