ରାଜ୍ୟରେ ଦୈନିକ ସଂକ୍ରମଣ ; ଚିହ୍ନଟ ହେଲେ ଆଉ ନଅ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ତଳମୁହାଁ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ଜଣେ,ସଙ୍ଗରୋଧରୁ ୫ ଓ ସ୍ଥାନୀୟ ୪।


୪ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୨, କଟକ ୧, ଖୋର୍ଦ୍ଧା ୩, ସୁନ୍ଦରଗଡରୁ ୩ ଆକ୍ରାନ୍ତ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୧୦କୁ ବୃଦ୍ଧି ପାଇଛି। ୧୨,୭୯,୧୫୫ ମୋଟ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.