ରାଜ୍ୟରେ କରୋନା ; ୨୧ ଜିଲା, ଷ୍ଟେଟ ପୁଲରୁ ୨୦୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। ଗତକାଲି ୨୦୦ ରେ ସଂକ୍ରମିତ ସୀମତି ରହିଥିବା ଜଣାପଡିଥିବା ବେଳେ ୨୪ ଘଣ୍ଟାରେ ଆଉ ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୨୩ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ସଂକ୍ରମଣ ୮୯।


ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୩, ବରଗଡ , ଭଦ୍ରକ, ବୌଦ୍ଧ, ଦେଓଗଡରୁ ୧ ଲେଖାଏଁ , କଟକ ୨୦, ଢେଙ୍କାନାଳରୁ ୧, ଗଜପତି ୭, ଗଞ୍ଜାମ ୨, ଜଗତସିଂହପୁର ୭, ଯାଜପୁର ୧୨, ଝାରସୁଗୁଡା ୫, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୯୯, କୋରାପୁଟ ୨, ମାଲକାନଗିରି ୧, ମୟୁରଭଞ୍ଜ ୫, ନୟାଗଡ ୧, ପୁରୀ ୩, ସମ୍ବଲପୁର ୧, ସୁନ୍ଦରଗଡ ୮, ଷ୍ଟେଟପୁଲରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ୧୦,୪୩,୧୫୧ କୁ ବୃଦ୍ଧି ପାଇଛି। ୧୦,୩୧,୪୨୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩,୩୧୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.