MEllora 950×100

ଦେଶରେ ଆରୋଗ୍ୟ ହାର ୯୮.୭୧%

ନୂଆଦିଲ୍ଲୀ : ଦେଶରେ ଚିହ୍ନଟ ହେଲେ ଆଉ ୬ ହଜାର ୦୮୦ ସଂକ୍ରମିତ। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୮୨,୧୪୯କୁ ବୃଦ୍ଧି ପାଇଛି। ଆଉ ୬,୭୬୮ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୩୯,୦୬,୯୭୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୧%। ଚିିକିତ୍ସାଧୀନ ଅବସ୍ଥାରେ ୧୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୮,୧୨୧ରେ ପହଞ୍ଚିଛି। ମୃତ୍ୟୁ ହାର ୧.୧୯%। ଆଉ ୪୭,୦୫୬ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୧୧%। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.