ଦେଶରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ପଜିଟିଭ ୧୪,୫୪୫

ନୂଆଦିଲ୍ଲୀ : ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା କିଛି ଦିନ ହେବ ଲଗାତାର ହ୍ରାସ ପାଇବାରେ ଲାଗିଛି। ଦେଶରେ ୨୪ ଘଣ୍ଟାରେ ୧୪,୫୪୫ ନୂଆ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ପଜିଟିଭ ସଂଖ୍ୟା ୧,୦୬,୨୫, ୪୨୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୬୩ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା ୧,୫୩,୦୩୨ରେ ପହଞ୍ଚିଛି। ଦିନକରେ ୧୮,୦୦୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୧,୦୨,୮୩,୭୦୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୮୮,୬୮୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.