ଦେଶରେ ନୂଆ ପଜିଟିଭ ୧୫,୨୨୩ ; ମୃତ ୧୫୧

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ଲଗାତାର ହ୍ରାସ ପାଇଛି। ଦେଶରେ ୨୪ ଘଣ୍ଟାରେ ୧୫,୨୨୩ ନୂଆ ପଜିଟିଭ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬, ୧୦, ୮୮୩କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୧୯,୯୬୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧,୦୨,୬୫, ୭୦୬ ଆରୋଗ୍ୟ ଲାଭ କରି ଘରକୁ ଫେରି ସାରିଛନ୍ତି। ୧୫୧ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୨,୮୬୯ରେ ପହଞ୍ଚିଛି। ୧,୯୨,୩୦୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.