ହ୍ରାସ ପାଉଛି ଦୈନିକ ସଂକ୍ରମଣ ; ବୃଦ୍ଧି ପାଉଛି ଆରୋଗ୍ୟ ହାର

୨୪ ଘଣ୍ଟାରେ ଚିହ୍ନଟ ପଜିଟିଭ ୧୬,୫୦୫ ; ସୁସ୍ଥ ୧୯,୫୫୭

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧୬,୫୦୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦିନକରେ ୧୯,୫୫୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ୨୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ମୋଟ ମୃତ୍ୟୁ ସଂଖ୍ୟା ୧,୪୯,୬୪୯ ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୪୦,୪୭୦କୁ ବୃଦ୍ଧି ପାଇଛି। ୨,୪୩,୯୫୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୯,୪୬,୮୬୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.