ଦେଶରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ୨୬,୫୬୭ ନୂଆ ଆକ୍ରାନ୍ତ ଚିହ୍ନଟ ; ୩୮୫ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଗତକାଲି ତୁଳନାରେ ଜଣାପଡିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷା ଆଜି ଏଥିରେ ହ୍ରାସ ପାଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ୨୬,୫୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୩୮୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୦ ହଜାର ୯୫୮ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୦୩ ହଜାର ୭୭୦କୁ ବୃଦ୍ଧି ପାଇଛି। ୩ଲକ୍ଷ ୮୩ ହଜାର ୮୬୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୧ ଲକ୍ଷ ୭୮ ହଜାର ୯୪୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.