ଦେଶରେ ଆରୋଗ୍ୟ ହାର ୯୮.୭୫%

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧ ହଜାର ୯୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬,୦୬,୪୬୦କୁ ବୃଦ୍ଧି ପାଇଛି। ଆଉ ୩ ହଜାର ୯୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୪୦,୪୭,୩୪୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୫%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୮,୭୫୪ରେ ପହଞ୍ଚିଛି। ମୃତ୍ୟୁହାର ୧.୧୯%। ଆଉ ୩୦,୩୬୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୭%। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.