MEllora 950×100

ଦେଶରେ ଦ୍ରୁତ ଗତିରେ ହ୍ରାସ କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ହେଉଛି। ଏହାସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ହାର ହ୍ରାସ ପାଉଛି। ଦିନକରେ ଚିହ୍ନଟ ହେଲେ ୫,୪୩୯ ନୂଆ ଆକ୍ରାନ୍ତ। ସେହିପରି ୨୪ ଘଣ୍ଟାରେ ୨୨,୦୩୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬୫,୭୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଦୈନିକ ସଂକ୍ରମଣ ହାର ୧.୭୦%। ମୋଟ ୪,୩୮,୨୫,୦୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୬୬%। ସପ୍ତାହିକ ସଂକ୍ରମଣ ହାର ୨.୬୪%। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.