ଦେଶରେ ଆଉ ନୂଆ ସଂକ୍ରମିତ ୩୪,୪୦୩

ନୂଆଦିଲ୍ଲୀ : ଦେଶରେ କିଛି ଦିନ ତଳେ ଦୈନିକ ସଂକ୍ରମଣ ୩୦ ହଜାର ମଧ୍ୟରେ ସୀମିତ ରହିଥିବା ବେଳେ ଏବେ ପୁଣି ବୃଦ୍ଧି ହେଉଥିବା ଦେଖାଯାଇଛି। ୨୪ ଘଣ୍ଟାରେ ଆଉ ୩୪,୪୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ୨.୨୫%। ସପ୍ତାହିକ ସଂକ୍ରମଣ ହାର ୧.୯୭% ରହିଛି। ଏହାସହ ଦିନକରେ ଆଉ ୩୭,୯୫୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୨୫,୯୮,୪୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥତା ହାର ୯୭.୬୫%।ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୪ ହଜାର ୨୪୮ରେ ପହଞ୍ଚିଛି।୩,୩୯,୦୫୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଗତକାଲି ସୁଦ୍ଧା ୫୪.୯୨ କୋଟି ନମୁନା ପରୀକ୍ଷା କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ୭୭.୨୪ କୋଟି ପାନ ଟିକା କରଣ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.