ଦେଶରେ ପୁଣି ବୃଦ୍ଧି ସଂକ୍ରମଣ ; ନୂଆ ସଂକ୍ରମିତ ୪୧,୯୬୫

ନୂଆଦିଲ୍ଲୀ : ଦେଶରେ ପୁଣି ବଢିଲା ଦୈନିକ ସଂକ୍ରମଣ।୨୪ ଘଣ୍ଟାରେ ଆଉ ୪୧,୯୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୧୦,୮୪୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୬୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୯,୦୨୦ରେ ପହଞ୍ଚିଛି।ମୃତ୍ୟୁ ହାର ୧.୩୪% । ଦିନକରେ ଆଉ ୩୩,୯୬୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୧୯,୯୩,୬୪୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୭.୫୧%। ୩,୭୮,୧୮୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୧.୧୫% ।ଦିନକରେ ଆଉ ୧,୩୩,୧୮,୭୧୮ ଟିକା ନେଇଥିବା ବେଳେ ମୋଟ ୬୫,୪୧,୧୩,୫୦୮ ଟିକା ନେଇ ସାରିଛନ୍ତି। ଦିନକରେ ଆଉ ୧୬,୦୬,୭୮୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ମୋଟ ୫୨,୩୧,୮୪,୨୯୩ ନମୁନା ପରୀକ୍ଷା କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.