ଦୈନିକ ସଂକ୍ରମଣରେ ହ୍ରାସ ; ଆଉ ୩୦,୯୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କିଛି ଦିନ ହେବ ଦୈନିକ ସଂକ୍ରମଣ ୪୦ ହଜାର ଅତିକ୍ରମ କରୁଥିବା ବେଳେ ଗତକାଲି ତୁଳନାରେ ଆଜି ଏଥିରେ ହ୍ରାସ ହୋଇଥିବା ପରିଲକ୍ଷିତ ହୋଇଛି। ୨୪ଘଣ୍ଟାରେ ଆଉ ୩୦,୯୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୬୮,୮୮୦କୁ ବୃଦ୍ଧି ପାଇଛି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦିନକରେ କେରଳରୁ ୧୯,୬୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୨ ଆକ୍ରାଙ୍କ ମୃତ୍ୟୁ ଘଟିଛି। ଦିନକରେ ଆଉ ୩୬,୨୭୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୧୯,୫୯,୬୮୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ଆରୋଗ୍ୟ ହାର ୯୭.୫୩%। ୩,୭୦,୬୪୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।  ସକ୍ରିୟ ଆକ୍ରାନ୍ତଙ୍କ ହାର ୧.୧୩%। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୮,୫୬୦ ରେ ପହଞ୍ଚିଛି।ମୃତ୍ୟୁହାର ୧.୩୪%।  ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.