ଦେଶରେ ଦିନକରେ ନୂଆ ଆକ୍ରାନ୍ତ ୩୬,୪୦୧ ; ୫୩୦ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୩୬ ହଜାର ୪୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୨୨,୨୫୮କୁ ବୃଦ୍ଧି ପାଇଛି । ଚିକିସôାଧୀନ ଅବସ୍ଥାରେ ଆଉ ୫୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୩,୦୪୯ରେ ପହଞ୍ଚିଛି ମୃତ୍ୟୁହାର ୧.୩୪% ।। ସେହିପରି ଦିନକରେ ଆଉ ୩୯,୧୫୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୧୫,୨୫,୦୮୦ ସୁସ୍ଥ ଘରକୁ ଫେରିଛନ୍ତି ।ଆରୋଗ୍ୟ ହାର ୯୭.୫୩% । ୩,୬୪,୧୨୯ ସକ୍ରିୟ ଆକ୍ରାନ୍ତ ଚିକିସôାଧୀନ ଅବସ୍ଥାରେ ରହିଛନ୍ତି । ସକ୍ରିୟ ଆକ୍ରାନ୍ତ ହାର ୧.୧୩% । ଦିନକରେ ୫୬,୩୬,୩୩୬ ଟିକା ନେଇଥିବା ବେଳେ ମୋଟ ୫୬,୬୪,୮୮,୪୩୩ ଟିକା ନେଇ ସାରିଛନ୍ତି । ୨୪ ଘଣ୍ଟାରେ ଆଉ ୧୮,୭୩,୭୫୭ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୫୦,୦୩,୦୦,୮୪୦ ନମୁନା ପରୀକ୍ଷା କରାଯାଇଛି ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

 

 

Comments are closed.