ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ନୂଆ ଆକ୍ରାନ୍ତ ୨୫,୧୬୬ , ମୃତ୍ୟୁହାର ୧.୩୪%

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ସଂକ୍ରମଣ ୩୦ ହଜାର ତଳକୁ ହ୍ରାସ ପାଇଛି । ଆଉ ୨୫,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୫୦,୬୭୯କୁ ବୃଦ୍ଧି ପାଇଛି । ଚିକିସôାଧୀନ ଅବସ୍ଥାରେ ଆଉ ୪୩୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତୁ୍ୟ ସଂଖ୍ୟା ୪,୩୨,୦୭୯ରେ ପହଞ୍ଚିଛି । ମୃତ୍ୟୁହାର ୧.୩୪% । ଦିନକରେ ଆଉ ୩୬,୮୩୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୪,୪୮,୭୫୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆରୋଗ୍ୟ ହାର ୯୭.୫୧% । ୩,୬୯,୮୪୬ ସକ୍ରିୟ ଆକ୍ରାନ୍ତ ଚିକିସôାଧୀନ ଅବସ୍ଥାରେ ରହିଛନ୍ତି । ସକ୍ରିୟ ଆକ୍ରାନ୍ତ ହାର ୧.୧୫% । ୮୮,୧୩,୯୧୯ ଦିନକରେ ଟିକା ନେଇଥିବା ବେଳେ ମୋଟ ୫୫,୪୭,୩୦,୬୦୯ ଟିକା ନେଇ ସାରିଛନ୍ତି । ୨୪ ଘଣ୍ଟାରେ ଆଉ ୧୫,୬୩,୯୮୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୯,୬୬,୨୯,୫୨୪ ନମୁନା ପରୀକ୍ଷା କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

Comments are closed.