ଦେଶରେ ଆଉ ନୂଆ ସଂକ୍ରମିତ ୩୨,୯୩୭ ; ଆରୋଗ୍ୟ ହାର ୯୭.୪୮%

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୩୨,୯୩୭ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୫,୫୧୩କୁ ବୃଦ୍ଧି ପାଇଛି । ଚିକିସôାଧୀନ ଅବସ୍ଥାରେ ଆଉ ୪୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୩୧,୬୪୨ରେ ପହଞ୍ଚିଛି । ମୃତ୍ୟୁହାର ୧.୩୪% । ଦିନକରେ ଆଉ ୩୫,୯୦୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୪,୧୧,୯୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥତା ହାର ୯୭.୪୮% । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୧,୯୪୭ ରହିଛି । ସକ୍ରିୟ ଆକ୍ରାନ୍ତଙ୍କ ହାର ୧.୧୯% । ୨୪ ଘଣ୍ଟାରେ ୧୧,୮୧,୨୧୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୯,୪୮,୦୫,୬୫୨ ନମୁନା ପରୀକ୍ଷା କରାଯାଇଛି । ସେହିପରି ଦିନକରେ ୧୭,୪୩,୧୧୪ ଟିକା ନେଇଥିବା ବେଳେ ଏଯାଏଁ ୫୪,୫୮,୫୭,୧୦୮ ଟିକା ନେଇ ସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

 

Comments are closed.