ଦେଶରେ ଚିହ୍ନଟ ହେଲେ ୩୧,୪୪୩ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୩୧,୪୪୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ୧୧୮ ଦିନରେ ସବୁଠାରୁ କମ ବୋଲି ଜଣାପଡିଛି। ଦିନକରେ ଆଉ ୪୯ ହଜାର ୭ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଦେଶରେ ମୋଟ ୩ କୋଟି ୬୩ ହଜାର ୭୨୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆରୋଗ୍ୟହାର ୯୭.୨୮%। ଏବେ ସୁଦ୍ଧା ମୋଟ ୩୮.୧୪ କୋଟି ଟିକା ନେଇସାରିଥିବା ବେଳେ ୨୪ ଘଣ୍ଟାରେ ୪୦ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି।  ୪,୩୧,୩୧୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.