ଆଉ ୬ ଆକ୍ରାନ୍ତ ମୃତ ; ମୃତ୍ୟୁ ସଂଖ୍ୟା ୧୭୮୪

ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବ କରୋନା ଜନିତ ମୃତକଙ୍କ ସଂଖ୍ୟାହ୍ରାସ ପାଇବା ସହ ୧୦ ମଧ୍ୟରେ ସୀମତି ରହୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ କରୋନାରେ ଆଉ ୬ ଆକ୍ରାନ୍ତ ଆଖି ବୁଜିଲେ। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୧୭୮୪ରେ ପହଞ୍ଚିଛି। ୩,୬୨୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ ପୁରୀରୁ ୨ ଜଣ, ସୁନ୍ଦରଗଡ, ସମ୍ବଲପୁର, ଖୋର୍ଦ୍ଧା ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.