ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ଆଉ ୫ ମୃତ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହ୍ରାସ ପାଉଛି। ଚିକିତ୍ସାଧୀନ ଅବସ୍ଥାରେ ୨୪ ଘଣ୍ଟାରେ ଆଉ ୫ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭୫୫ପହଞ୍ଚିଛି। ଏବେ ୪,୮୧୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ଭୁବନେଶ୍ୱରରୁ ଜଣେ ଓ ନୟାଗଡରୁ ଜଣେ ଆକ୍ରାନ୍ତ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.