ରାଜ୍ୟରେ ୧୦୦ ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି। ଆଉ ୧୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।ସଙ୍ଗରୋଧରୁ ୬୪, ସ୍ଥାନୀୟ ୪୬। ମୋଟ ପଜିଟିଭ ସଂଖ୍ୟା ୩,୩୮,୫୯୯କୁ ବୃଦ୍ଧି ପାଇଛି। ୩,୩୫,୯୨୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭୦୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୦ ଓ ଖୋର୍ଦ୍ଧାରୁ ୧୫ ଆକ୍ରାନ୍ତ ଚିହ୍ନଟ। ଅନୁଗୁଳ ୬, ବାଲେଶ୍ୱର ୨, ବରଗଡ ୪, ଭଦ୍ରକ ୧, ଦେଓଗଡ ୨, ଢେଙ୍କାନାଳ ୧, ଗଞ୍ଜାମ ୬, ଜଗତସିଂହପୁର ୨, ଯାଜପୁର ୫, ଝାରସୁଗୁଡା ୪, କଳାହାଣ୍ଡି ୨, କନ୍ଧମାଳ ୧, କୋରାପୁଟ ୧, ମୟୁରଭଞ୍ଜ ୯, ନବରଙ୍ଗପୁର ୨, ନୂଆପଡା ୯, ପୁରୀ ୩, ରାୟଗଡା ୧, ସମ୍ବଲପୁର ୪, ସୁନ୍ଦରଗଡ ୭, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.