ଦେଶରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ୩୨ ,୯୮୧ନୂଆ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଗତକିଛି ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଭୟ ବୃଦ୍ଧି ଓ ହ୍ରାସ ପାଉଥିବା ଦେଖାଯାଉଛି। ଗତକାଲି ତୁଳନାରେ ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ଦେଶରେ ୨୪ ଘଣ୍ଟାରେ ୩୨ ,୯୮୧ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୩୯୧ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୦ ହଜାର ୫୭୩ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୭୭ ହଜାର ୨୦୩କୁ ବୃଦ୍ଧି ପାଇଛି। ୩ଲକ୍ଷ ୯୬ ହଜାର ୭୨୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୧ ଲକ୍ଷ ୩୯ ହଜାର ୯୦୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

Comments are closed.