ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୮ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ  କରୋନା ମୃତ୍ୟ ସଂଖ୍ୟା ଦୈନିକ ୧୫ ଟପୁଛି। ୨୪ ଘଣ୍ଟାରେ ୧୦ ଜିଲାରୁ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଅନୁଗୁଳରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ୩, କଳାହାଣ୍ଡି, ରାୟଗଡା ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ, ଗଜପତି, ମାଲକାନଗିରି ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ଏବେ ସୁଦ୍ଧା ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୧୫ରେ ପହଞ୍ଚିଛି।

Comments are closed.